Historic Balijatra, Kataka 2026 · Odisha
Historic Balijatra, Kataka 2026
Stall Registration
- phone_iphone 1. Verify MobileGet an OTP on your mobile number
- edit_document 2. Fill DetailsApplicant, plot and bank details, with Aadhaar and passbook
- payments 3. Pay FeePay the registration fee online
- download 4. DownloadPayment receipt and Registration-cum-Hall Pass
Registration Form
info
Maximum 3 Plots can be booked by a Person.
Kindly fill correct data only, incorrect data may lead to cancellation of Application.
- କ) କଟକ ବାଲିଯାତ୍ରା-୨୦୨୬ ପାଇଁ ସ୍ଥାନ (ପ୍ଲଟ୍) ଆବଣ୍ଟନ ନିଲାମ (Auction) ମାଧ୍ୟମରେ କରାଯିବ । ଆବେଦନକାରୀ ୱେବସାଇଟ https://kataka.odisha.gov.in କୁ ଯାଇ ନିଲାମର ସଂପୂର୍ଣ୍ଣ ବିବରଣୀ ପାଇପାରିବେ । ନିଲାମରେ ଅଂଶଗ୍ରହଣ କରିବା ନିମନ୍ତେ ୱେବସାଇଟ katakabalijatra.net କୁ ଯାଆନ୍ତୁ ।
- ଖ) ଅନଲାଇନ ମାଧ୍ୟମରେ ମଧ୍ୟ ସମସ୍ତ ଆବଶ୍ୟକୀୟ କାଗଜପତ୍ର କୁ ଦାଖଲ (Upload) କରି ନିଜ ନାମ ପଞ୍ଜୀକରଣ ନିମନ୍ତେ ଆବେଦନ କରି ଅନଲାଇନ ମାଧ୍ୟମରେ ନିଜର ପଞ୍ଜୀକରଣ ପତ୍ର-ତଥା-ହଲପାସ (Registration-cum-Hall Pass) ଗ୍ରହଣ କରିପାରିବେ ।
- ଗ) ଜଣେ ବ୍ୟକ୍ତି / ଅନୁଷ୍ଠାନ ସର୍ବାଧିକ ତିନି (୩) ଗୋଟି ସ୍ଥାନ (ପ୍ଲଟ୍) ଆବଣ୍ଟନ ନିମନ୍ତେ ଆବେଦନ କରିପାରିବେ । ଆବେଦନ କରାଯାଇଥିବା ପ୍ଲଟ୍ ଗୁଡିକର ସମୁଦାୟ ପରିମାଣ ୧୦୦୦ ବର୍ଗଫୁଟରୁ କମ ହୋଇଥିବା ବାଞ୍ଛନୀୟ । ଯଦି କୌଣସି ବ୍ୟକ୍ତି/ ଅନୁଷ୍ଠାନ ‘୩’ ଗୋଟି ସ୍ଥାନରୁ ଉର୍ଦ୍ଧ୍ୱ ପାଇଁ ଆବେଦନ କରନ୍ତି ସେଥିପାଇଁ ପଞ୍ଜୀକରଣ ନିମିତ୍ତ ପ୍ରଦାନ କରିଥିବା ‘୩’ରୁ ଅଧିକ ଥିବା ପ୍ଲଟ ଗୁଡିକର ପଞ୍ଜୀକରଣ ରଦ୍ଧ କରାଯିବ ଏବଂ ପଞ୍ଜୀକରଣ ଅର୍ଥରାଶିକୁ ବ୍ୟାଜ୍ୟାପ୍ତି କରାଯିବ । ଏଥିନିମନ୍ତେ ଆବେଦନକାରୀଙ୍କ ଆବେଦନ ପତ୍ରର କ୍ରମିକ ସଂଖ୍ୟାକୁ ବିଚାରକୁ ନିଆଯିବ ।
- ଘ) ନିଲାମ ପାଇଁ ପ୍ରସ୍ତାବିତ ପ୍ଲଟ ଗୁଡିକ ଦୁଇଭାଗରେ ବିଭକ୍ତ, ଯଥା:- ଖାଦ୍ୟ ନିମନ୍ତେ (Food) ଓ ଅନ୍ୟାନ୍ୟ ବ୍ୟବସାୟ ନିମନ୍ତେ (Non-Food) । ଏଣୁ ଯେଉଁମାନେ ଖାଦ୍ୟ ତିଆରିକରି ବ୍ୟବସାୟ କରିବେ ବା ପାନୀୟ ବା ପ୍ରସ୍ତୁତ ହୋଇ ବିକ୍ରି ପାଇଁ ଥିବା ଖାଦ୍ୟ (Ready to eat / Drink) ନିମନ୍ତେ ଷ୍ଟଲ ପକାଇବାପାଇଁ ଚାହୁଁଛନ୍ତି ସେମାନେ କେବଳ ଖାଦ୍ୟ ନିମନ୍ତେ ଉଦ୍ଦିଷ୍ଟ ଷ୍ଟଲ ପାଇଁ ଆବେଦନ କରନ୍ତୁ । ଅନ୍ୟାନ୍ୟ ବ୍ୟବସାୟ ନିମନ୍ତେ ଉଦିଷ୍ଟଥିବା ଷ୍ଟଲ ମାନଙ୍କରେ ଖାଦ୍ୟ ବ୍ୟବସାୟ କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ।
- ଙ) ଏଥିନିମନ୍ତେ ସେମାନେ ପ୍ରତି ପ୍ଲଟ ପାଇଁ ପ୍ରାରମ୍ଭିକ ପଞ୍ଜୀକରଣ ରାଶି ବାବଦକୁ ଟଙ୍କା ୬୦୦୦/- ମାତ୍ର ଇ-ପେମେଣ୍ଟ (e-payment) ମାଧ୍ୟମରେ A/c-22020110124185, IFSC-UCBA0002202, UCO BANK, COLLECTORATE BRANCH, Cuttack ରେ ଜମା କରିବେ । ପଞ୍ଜୀକରଣ ପାଇଁ ପୂର୍ବରୁ ପଇଠ ହୋଇଥିବା ରାଶି ଯୋଗ୍ୟ ବିବେଚିତ ହୋଇଥିବା ନିଲାମଧାରୀଙ୍କ ମୋଟ ଦେୟ ରାଶିରେ ଭରଣା (Adjust) କରାଯିବ ।
- ଚ) ଯେଉଁ କ୍ଷେତ୍ରରେ ନିଲାମରେ ଅଂଶଗ୍ରହଣ କରୁଥିବା ଆବେଦନକାରୀମାନେ ପ୍ଲଟର ମୂଳ ମୂଲ୍ୟ ଧାର୍ଯ୍ୟ ଠାରୁ ଦୁଇଗୁଣରୁ ଅଧିକା ମୂଲ୍ୟରେ ନିଲାମରେ ନେବାପାଇଁ ଇଚ୍ଛୁକ ସେହି କ୍ଷେତ୍ରରେ ସର୍ବାଧିକ ନିଲାମ ଡ଼ାକିଥିବା ବ୍ୟକ୍ତି ନିଲାମ ଅର୍ଥରାଶିର ୩୦% (ତିରିଶ ପ୍ରତିଶତ) ସେହିଦିନର ଅପରାହ୍ନ ୩:୫୯ ମିନିଟ ଭିତରେ ପ୍ରଦାନ କରିବେ ଏବଂ ବଳକା ଦେୟ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ । ଯଦି ଏହା କରିବାରେ ବିଫଳ ହେବେ ତେବେ ଏହି ପ୍ଲଟକୁ ଦ୍ଵିତୀୟ ସର୍ବାଧିକ ନିଲାମଧାରୀଙ୍କୁ ପ୍ରଦାନ କରାଯିବ ଓ ପ୍ଲଟ ପଞ୍ଜୀକରଣ ଅର୍ଥରାଶିସହ ନିଲାମର ୩୦% ଅଗ୍ରିମ ଅର୍ଥରାଶି ଏବଂ ଅନ୍ୟାନ୍ୟ ପଇଠ କରାଯାଇଥିବା ଅର୍ଥରାଶି ବାଜ୍ୟାପ୍ତି କରାଯିବ ।
- ଛ) ଯଦି କୌଣସି ନିର୍ଦ୍ଧିଷ୍ଟ ପ୍ଲଟ୍ ପାଇଁ ଏକାଧିକ ବ୍ୟକ୍ତି ଆବେଦନ କରନ୍ତି ସେହି ପ୍ଲଟ୍ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ । ନିଲାମରେ ଯୋଗ୍ୟ ବିବେଚିତ ନିଲାମଧାରୀମାନେ ନିଲାମ ସରିବାର ୪୮ ଘଣ୍ଟା ମଧ୍ୟରେ ନିଲାମ ରାଶି ଦାଖଲ କରିବେ, ନଚେତ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପଞ୍ଜୀକରଣ ରାଶି ବାଜ୍ୟାପ୍ତି ହେବା ସହ ପରବର୍ତ୍ତୀ ନିଲାମଧାରୀଙ୍କୁ ସୁଯୋଗ ଦିଆଯିବ ।
- ଜ) ନିଲାମରେ କୌଣସି କାରଣରୁ ଭାଗ ନେଇପାରିନଥିବା ବ୍ୟକ୍ତିବିଶେଷଙ୍କ ପଞ୍ଜୀକୃତ ଜମାରାଶି ବାଜ୍ୟାପ୍ତି କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହା ସମ୍ବନ୍ଧୀୟ କୌଣସି ଆବେଦନ ଗ୍ରହଣୀୟ ହେବନାହିଁ ।
- ଝ) କୌଣସି ପ୍ଲଟ ପାଇଁ କୌଣସି ଆବେଦନକାରୀ ନଥିଲେ ତାହାର ବାରବାଟୀ ପ୍ୟାଲେସଠାରେ ସ୍ଵତନ୍ତ୍ରଭାବେ ନିଲାମ ହେବ । ଏଥିରେ ନିଲାମରେ ବିଫଳ ହୋଇଥିବା ଆବେଦନକାରୀମାନେ କେବଳ ଅଂଶଗ୍ରହଣ କରିପାରିବେ ଓ ପୂର୍ବରୁ ପ୍ରଦାନ କରାଯାଇଥିବା ହଲ ପାସ ବ୍ୟବହାର କରିବେ ।
- ଞ) ନିଲାମ ପାଇପାରିନଥିବା ବ୍ୟକ୍ତି/ ବ୍ୟବସାୟୀ/ ଅନୁଷ୍ଠାନ ନିଲାମ ନ ହୋଇପାରିଥିବା ପ୍ଲଟ ଗୁଡିକର ସ୍ୱତନ୍ତ୍ର ନିଲାମରେ ଭାଗ ନେଇପାରିବେ କିମ୍ବା ନିଜ ଜମାରାଶି ଫେରସ୍ତ ନେଇପାରିବେ । ଏଠାରେ ପୁନର୍ବାର ସୁଚାଇ ଦିଆଯାଉଅଛି କି ଯେଉଁ Bank Account ରୁ ଉକ୍ତ ପଞ୍ଜୀକରଣ ନିମନ୍ତେ ପଞ୍ଜୀକରଣରାଶି ପଇଠ ହୋଇଥିବ, ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଅନଲାଇନ ମାଧ୍ୟମରେ ଫେରସ୍ତ କରାଯିବ ।
- ଟ) ଏଠାରେ ସୂଚାଇ ଦିଆଯାଇପାରେ ଯେ ଆବେଦନକାରୀ ନିଜେ କିମ୍ଭା ତାଙ୍କଦ୍ଵାରା ସ୍ଵୀକୃତୀପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ନିଲାମରେ ଅଂଶଗ୍ରହଣ କରିପାରିବେ । ଯଦି ଆବେଦନକାରୀ ନିଜେ ନିଲାମରେ ଅଂଶଗ୍ରହଣ କରୁନାହାନ୍ତି ତେବେ ସେ ଏକ ସ୍ଵୀକୃତି ପତ୍ର ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କର ଆଧାର ପରିଚୟପତ୍ରର ନକଲ ସହିତ ଅସଲି ହଲପାସ ପ୍ରଦାନ କରିବେ । ସଂପୃକ୍ତ ସ୍ଵୀକୃତୀପ୍ରାପ୍ତ ବ୍ୟକ୍ତିଙ୍କର ସ୍ଵାକ୍ଷର କୁ ମଧ୍ୟ ସହି ମୋହର କରିବେ । ବୈଧ (Original) ହଲପାସ ବିନା କାହାରିକୁ ନିଲାମ ଗୃହ ମଧ୍ୟକୁ ପ୍ରବେଶ କରାଇଦିଆଯିବ ନାହିଁ । ଯେଉଁ କ୍ଷେତ୍ରରେ ଏକାଧିକ ପ୍ଲଟ ନିମନ୍ତେ ଆବେଦନ କରିଥିବେ ଓ ତାହା ସମାନ ତାରିଖରେ ନିଲାମ ପାଇଁ ଧାର୍ଯ୍ୟ କରାଯାଇଥିବ, ସେ କ୍ଷେତ୍ରରେ ଦୁଇଟି ଭିନ୍ନ ନିଲାମ ସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅଧିକୃତ କରିବେ ।
- ଠ) ନିଲାମ ପ୍ରକ୍ରିୟା ସର୍ବନିମ୍ନ ଟ.୬୦/- ଙ୍କା ପ୍ରତି ବର୍ଗଫୁଟ ଓ ପ୍ରତ୍ୟେକ ବ୍ଲକର କର୍ଣ୍ଣର (କୋଣ) ଷ୍ଟଲର ନିଲାମ ପ୍ରକ୍ରିୟା ସର୍ବନିମ୍ନ ଟ.୬୫/- ଙ୍କା ପ୍ରତି ବର୍ଗଫୁଟ ହିସାବରେ କରାଯିବ । ଏହା ଉପରେ ପ୍ରତ୍ୟେକ ନିଲାମ ଡାକର ବର୍ଦ୍ଧିତ ମୂଲ୍ୟ ବର୍ଗଫୁଟ ପ୍ରତି ଟ.୦୫/- ଙ୍କା କିମ୍ବା ଟ.୦୫/- ଙ୍କା ର ଗୁଣିତକ (multiple of Rs.5/-) ହାରରେ ବୃଦ୍ଧି କରାଯିବ । ନିଲାମ ପାଇଁ ସ୍ଥିରୀକୃତ ସ୍ଥାନ ଓ ସମୟ ପଞ୍ଜୀକରଣ ସମୟରେ ଜଣାଇ ଦିଆଯିବ ଏବଂ ଏହା ପଞ୍ଜୀକରଣ ପତ୍ର-ତଥା-ହଲ ପାସରେ ମଧ୍ୟ ଉଲ୍ଲେଖ ରହିବ ।
- ଡ) ସମସ୍ତ ବ୍ୟବସାୟୀ ମଧ୍ୟ ସେମାନଙ୍କର ଷ୍ଟଲ ମାନଙ୍କରେ ଅଗ୍ନୀ/ ବିଜୁଳି ଜନିତ ସୁରକ୍ଷାଗତ ପଦକ୍ଷେପମାନ ଗ୍ରହଣ କରିବା ସହିତ ସୁନିଶ୍ଚିନ୍ତ କରିବେ ।
- ଢ) ଯଦି କୌଣସି ଷ୍ଟଲ୍ ପାଇଁ କେବଳ ଜଣେ ମାତ୍ର ବିଡର୍ ବା ଆବେଦନକାରି ଥାଆନ୍ତି, ତେବେ ଉକ୍ତ ବିଡର୍ ବା ଆବେଦନକାରିଙ୍କ ପାଇଁ ସେହି ଷ୍ଟଲ୍ ଗ୍ରହଣ କରିବା ବାଧ୍ୟତାମୂଳକ ହେବ । ଉକ୍ତ ବିଡର୍ ବା ଆବେଦନକାରି ସେହି ଷ୍ଟଲ୍ ଗ୍ରହଣ କରିବାକୁ ଅସ୍ୱୀକାର କଲେ, ତାଙ୍କ ଦ୍ୱାରା ଜମା କରାଯାଇଥିବା ପଞ୍ଜୀକରଣ ରାଶି (Registration Amount) ଜବତ କରାଯିବ ଏବଂ ଏହି ରାଶି ତାଙ୍କୁ ଫେରସ୍ତ କରାଯିବ ନାହିଁ ।
ବିଶେଷ ଦ୍ରଷ୍ଟବ୍ୟ
- କ) ସ୍ଥାନ ଆବଣ୍ଟନ ସଙ୍କ୍ରାନ୍ତୀୟ ସମସ୍ତ ଘୋଷଣା https://kataka.odisha.gov.in ରେ କରାଯିବ । କୌଣସି କାରଣରୁ ଆବଣ୍ଟନ ସର୍ତ୍ତାବଳୀ ର ପରିବର୍ତ୍ତନ ହେଲେ ତତ ସମ୍ବନ୍ଧୀୟ ସୂଚନା ଏହି website ରେ ଉପଲବ୍ଧ ହେବ ।
- ଖ) ଏ ସମ୍ପର୍କରେ ସ୍ଥାନ (ପ୍ଲଟ) ଆବଣ୍ଟନ ସବକମିଟିର ନିଷ୍ପତ୍ତି ଚୂଡ଼ାନ୍ତ ମାନ୍ୟ ହେବ ।
- ଗ) କଟକ ବାଲିଯାତ୍ରା ସମ୍ପର୍କୀୟ ସୂଚନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବାଲିଯାତ୍ରା କକ୍ଷରେ ସମସ୍ତ କାର୍ଯ୍ୟ ଦିବସର ସକାଳ ୧୧ ଘଟିକା ଠାରୁ ଅପରାହ୍ନ ୫ ମଧ୍ୟରେ help desk ଖୋଲା ଯାଇଅଛି । ଏହା ସହିତ ବାରବାଟୀ ପ୍ୟାଲେସ ରେ ମଧ୍ୟ ସହାୟତା କକ୍ଷ କାର୍ଯ୍ୟ କରିବ ।
- ଘ) କୌଣସି ଅନିବାର୍ଯ୍ୟ କାରଣରୁ ବାଲିଯାତ୍ରା ର ଅବଧିରେ ପରିବର୍ତ୍ତନ ଘଟିଲେ ନିର୍ଦ୍ଧାରିତ ଦେୟ ଅପରିବର୍ତ୍ତିତ ରହିବ ।
- ଙ) ଅପ୍ରାଧିକୃତ ଅଥବା ଅନଧିକୃତ ଭାବେ ବାଲିଯାତ୍ରା ପଡିଆରେ କୌଣସି ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ପାଇଁ ସୁଯୋଗ ଦିଆଯିବ ନାହିଁ ଏବଂ ଏହା ଖିଲାପ କଲେ ସଂପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
- ଚ) କୌଣସି ବ୍ୟବସାୟୀ / ବ୍ୟକ୍ତି ବିଶେଷ ନିଲାମପ୍ରାପ୍ତ ପ୍ଲଟକୁ ଅନ୍ୟ କୌଣସି ବ୍ୟବସାୟୀ / ବ୍ୟକ୍ତିବିଶେଷଙ୍କୁ ଅନଧିକୃତ ଭାବେ ହସ୍ତାନ୍ତର କରିପାରିବେ ନାହିଁ ଏବଂ ଏହା ପରିଲକ୍ଷିତ ହେଲେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ।
- ଛ) ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ, କଟକ କୌଣସି କାରଣ ନ ଦର୍ଶାଇ ଯେ କୌଣସି ଆବଣ୍ଟନକୁ ରଦ୍ଧ ବା ଆଂଶିକ ପରିବର୍ତ୍ତନ କରିବା ନିମନ୍ତେ ଅଧିକୃତ ଅଟନ୍ତି ଏବଂ ତାଙ୍କ ନିଷ୍ପତି ଚୂଡ଼ାନ୍ତ ମାନ୍ୟ ହେବ ।
- ଜ) ବ୍ୟବସାୟ କରିବା ନିମନ୍ତେ ଅନ୍ୟାନ୍ୟ ଅନୁମତି ପତ୍ର ଷ୍ଟଲ ଖୋଲିବା ପୂର୍ବରୁ ପ୍ରାପ୍ତ ହେବା ବିଧେୟ ଏବଂ ସ୍ଥଳ ବିଶେଷରେ ପ୍ରଶାସନ ତରଫରୁ ଗଠନ କରାଯାଇଥିବା ଯାଞ୍ଚ କମିଟି ପାଖରେ ଏହା ଯାଞ୍ଚ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଥିବା ଆବଶ୍ୟକ । ଏଥି ନିମନ୍ତେ ପ୍ରଶାସନ ତରଫରୁ ଆବଣ୍ଟିତ ହୋଇଥିବା ଦୋକାନ ପାଇଁ ଏକ ଫୋଲଡର ପ୍ରଦାନ କରାଯିବ ।
ଆବେଦନ ପତ୍ର ସହିତ ସଂଲଗ୍ନ କରିବାକୁ ଥିବା ଆବଶ୍ୟକୀୟ କାଗଜପତ୍ର ।
- ୧) ଆବେଦନକାରୀଙ୍କ ଏକ ପାସପୋର୍ଟ ଫଟୋଗ୍ରାଫ ।
- ୨) ଆବେଦନକାରୀଙ୍କର ଆଧାର ପରିଚୟ ପତ୍ରର ନକଲ ।
- ୩) ଆବେଦନକାରୀଙ୍କର ପ୍ୟାନକାର୍ଡର ନକଲ ।
- ୪) ଆବେଦକାରୀଙ୍କ ଜି.ଏସ.ଟି. ପଞ୍ଜୀକରଣ ପତ୍ରର ନକଲ ।
- ୫) ପଞ୍ଜୀକରଣ ନିମନ୍ତେ ପ୍ରଦାନ କରିଥିବା ଟ.୬୦୦୦/- ଙ୍କା ର ଅନଲାଇନ ରସିଦର ନକଲ ।
- ୬) ଅନୁଷ୍ଠାନ ମାନଙ୍କ କ୍ଷେତ୍ରରେ ଉପରକ୍ତ ଦସ୍ତାବିଜ ସହିତ ପଞ୍ଜୀକରଣ/ ଲାଇସେନ୍ସର ଏକ ନକଲ ଏବଂ ତାଙ୍କର ଜି.ଏସ.ଟି (GST) ନମ୍ବରର ନକଲ ।
- ୭) ବ୍ଯାଙ୍କ ପାସ୍ବୁକ୍ ର ନକଲ ।
ଐତିହାସିକ ବାଲିଯାତ୍ରା କଟକ- ୨୦୨୬
ପ୍ଲଟ ନିଲାମର ନିୟମ ଏବଂ ସର୍ତ୍ତାବଳୀ
(ଆବେଦନକାରୀଙ୍କୁ ନିଲାମର ନିୟମ ଏବଂ ସର୍ତ୍ତାବଳୀରେ ଦସ୍ତଖତ କରି ଦାଖଲ କରିବାକୁ ହେବ)
- ୧. ନିର୍ଦ୍ଦାରିତ ନିଲାମ ସୂଚୀ ଅନୁସାରେ ପ୍ରଶାସନ ତରଫରୁ ନିଲାମ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷମତାପ୍ରାପ୍ତ ନିଲାମକାରୀ, ବିକ୍ରୟ ପାଇଁ ଷ୍ଟଲ୍ ଉପସ୍ଥାପନ କରିବେ । ଷ୍ଟଲ୍/ପ୍ଲଟ୍ କ୍ରୟ କରିବା ପାଇଁ ଆବେଦନକାରୀ ନିଜେ କିମ୍ଭା ତାଙ୍କଦ୍ଵାରା ସ୍ଵୀକୃତୀପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ନିଲାମରେ ଅଂଶଗ୍ରହଣ କରିପାରିବେ । ଯଦି ଆବେଦନକାରୀ ନିଜେ ନିଲାମରେ ଅଂଶଗ୍ରହଣ କରୁନାହାନ୍ତି ତେବେ ସେ ଏକ ସ୍ଵୀକୃତୀ ପତ୍ର ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କର ଆଧାର ପରିଚୟପତ୍ରର ନକଲ ସହିତ ଅସଲି ହଲପାସ ପ୍ରଦାନ କରିବେ । ସଂପୃକ୍ତ ସ୍ଵୀକୃତୀପ୍ରାପ୍ତ ବ୍ୟକ୍ତିଙ୍କର ସ୍ଵାକ୍ଷର କୁ ମଧ୍ୟ ସହି ମୋହର କରିବେ । ବୈଧ (Original) ହଲପାସ ବିନା କାହାରିକୁ ନିଲାମ ଗୃହ ମଧ୍ୟକୁ ପ୍ରବେଶ କରାଇଦିଆଯିବ ନାହିଁ । ଯେଉଁ କ୍ଷେତ୍ରରେ ଆବେଦନକାରୀ ଏକାଧିକ ପ୍ଳଟ ନିମନ୍ତେ ଆବେଦନ କରିଥିବେ ଓ ତାହା ସମାନ ତାରିଖରେ ନିଲାମ ପାଇଁ ଧାର୍ଯ୍ୟ କରାଯାଇଥିବ, ସେ କ୍ଷେତ୍ରରେ ଆବେଦନକାରୀ ଦୁଇଟି ଭିନ୍ନ ନିଲାମ ସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅଧିକୃତ କରିବେ ।
- ୨. ନିଲାମ ଅଂଶ ଗ୍ରହଣ କାରୀମାନେ ଏହି ସର୍ତ୍ତାବଳୀ ଦ୍ୱାରା ପରିଚାଳିତ ହେବେ ।
- ୩. ପ୍ଳଟ ନିଲାମ ପ୍ରକ୍ରିୟା ସର୍ବନିମ୍ନ ଟ.୬୦/-ଙ୍କା ପ୍ରତି ବର୍ଗଫୁଟ ଏବଂ କୋଣରେ ଥିବା ପ୍ଳଟ ସର୍ବନିମ୍ନ ଟ.୬୫/-ଙ୍କା ପ୍ରତି ବର୍ଗଫୁଟ ହିସାବରେ ତା- ୦୨.୧୧.୨୦୨୬ ରିଖ ଠାରୁ ଆରମ୍ଭ କରାଯିବ । ଏହା ଉପରେ ପ୍ରତ୍ୟେକ ନିଲାମ ଡାକର ବର୍ଦ୍ଧିତ ମୂଲ୍ୟ ବର୍ଗଫୁଟ ପ୍ରତି ପାଞ୍ଚଟଙ୍କା କିମ୍ବା ପାଞ୍ଚଟଙ୍କାର ଗୁଣିତକ (multiple of Rs.5/-) ହାରରେ ବୃଦ୍ଧି କରାଯିବ ।
- ୪. ଆବେଦନକାରୀ ପଞ୍ଜୀକରଣନିମନ୍ତେ ଆବଶ୍ୟକ କାଗଜପତ୍ର ବାରବାଟୀ ପ୍ୟାଲେସ, ବାରବାଟୀ ଷ୍ଟାଡିୟମ ସନ୍ନିକଟ, କଟକଠାରେ ତା- ୧୦.୧୦.୨୦୨୬ରିଖ ଠାରୁ ତା-୧୭.୧୦.୨୦୨୬ ରିଖ ଓ ତା-୨୬.୧୦.୨୦୨୬ ରିଖ ଠାରୁ ତା- ୩୦.୧୦.୨୦୨୬ ରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧:୦୦ ଘଟିକାରୁ ଅପରାହ୍ନ ୫:୦୦ ଘଟିକା ମଧ୍ୟରେ ଦାଖଲ କରି ଆବେଦନ କରିପାରିବେ ଏବଂ ପଞ୍ଜୀକରଣ ପତ୍ର-ତଥା-ହଲପାସ (Registration-cum-Hall Pass) ଗ୍ରହଣ କରିବେ । ଇଚ୍ଛୁକ ଆବେଦନକାରୀ ଅନଲାଇନ ମାଧ୍ୟମରେ katakabalijatra.net ପୋର୍ଟାଲରେ ତା- ୧୦.୧୦.୨୦୨୬ ରିଖ ଠାରୁ ତା- ୩୦.୧୦.୨୦୨୬ ମଧ୍ୟରେ ସମସ୍ତ ଆବଶ୍ୟକ କାଗଜପତ୍ର କୁ ଅପ୍ଲୋଡ କରି ଆବେଦନ କରିପରିବେ ଏବଂ ନିଲାମ ହଲ ପାସ ଉକ୍ତ ପୋର୍ଟାଲ ରୁ ଡାଉନଲୋଡ କରିପାରିବେ ।
- ୫. ନିଲାମ ଅଂଶଗ୍ରହଣକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଆବେଦନକାରୀ ନିଜେ କିମ୍ବା ତାଙ୍କଦ୍ଵାରା ସ୍ଵୀକୃତୀପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ନିଲାମରେ ଅଂଶଗ୍ରହଣ କରିପାରିବେ । ଏଥି ନିମନ୍ତେ ସର୍ତ୍ତାବଳୀର ଅନୁଚ୍ଛେଦ-୦୧ କୁ ବିଶଦ ଭାବରେ ପଠନ କରନ୍ତୁ ।
- ପ୍ରାଧିକୃତ ଫର୍ମଟି ପଞ୍ଜୀକୃତ ଆବେଦନକାରୀଙ୍କ ଦ୍ୱାରା ନିଶ୍ଚିତ ଭାବରେ ସ୍ୱାକ୍ଷରିତ ହେବା ଆବଶ୍ୟକ ଏବଂ ଯଦି ଆବଶ୍ୟକ ହୁଏ, ତେବେ ନିଲାମକାରୀ/ ଜିଲ୍ଲା ପ୍ରଶାସନ ପାଖରେ ଉପଲବ୍ଧ ପଞ୍ଜୀକରଣ ଫର୍ମର କପି ସହିତ ମେଳ କରି ସ୍ୱାକ୍ଷର ଯାଞ୍ଚ କରାଯିବ ।
- ଯଦି କୌଣସି ପ୍ରକାରର ଅସଙ୍ଗତି କିମ୍ବା ସନ୍ଦେହ ଦେଖାଯାଏ, ତେବେ ନିଲାମକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ । ଯଦି କୌଣସି ପ୍ରକାରର ଜାଲିଆତି ପରିଲକ୍ଷିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ହସ୍ତାନ୍ତର କରାଯିବ ।
- ୬. ନିଲାମ ପ୍ରକ୍ରିୟା
- ନିଲାମରେ ପ୍ରତିନିଧି
ଯଦି ଅଧିକୃତ ପ୍ରତିନିଧି ନିଲାମରେ ସଫଳ ହୁଅନ୍ତି ଏବଂ ପଞ୍ଜୀକୃତ ଆବେଦନକାରୀ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଉପସ୍ଥିତ ନ ହୁଅନ୍ତି, ତେବେ ଅଧିକୃତ ପ୍ରତିନିଧିଙ୍କୁ ଚୁକ୍ତିନାମାରେ ସ୍ୱାକ୍ଷର କରିବାକୁ ପଡ଼ିବ । - ନିଲାମ ରାଶିର ବୃଦ୍ଧି ନିୟମ
ନିଲାମ ପ୍ରକ୍ରିୟା ସର୍ବନିମ୍ନ ଟ.୬୦/-ଙ୍କା ବା ଟ.୬୫/-ଙ୍କା, ଯାହା ପ୍ରଯୁର୍ଯ୍ୟ ପ୍ରତି ବର୍ଗଫୁଟ ହିସାବରେ, ତା- ୦୨.୧୧.୨୦୨୬ରିଖ ଠାରୁ ଆରମ୍ଭ କରାଯିବ । ଏହା ଉପରେ ପ୍ରତ୍ୟେକ ନିଲାମ ଡାକର ବର୍ଦ୍ଧିତ ମୂଲ୍ୟ ବର୍ଗଫୁଟ ପ୍ରତି ଟ.୦୫/-ଙ୍କା କିମ୍ବା ଟ.୦୫/-ଙ୍କା ର ଗୁଣିତକ (multiple of Rs.5/-) ହାରରେ ବୃଦ୍ଧି କରାଯିବ । - ନିଲାମଧାରୀଙ୍କ ଦ୍ୱାରା ସ୍ଵାକ୍ଷରିତ ନିଲାମ ଡାକକୁ ଗ୍ରହଣ କରିବା ବାଧ୍ୟତାମୂଳକ ହେବ ଏବଂ ଏହା ପ୍ରତ୍ୟାହାର କରାଯିବ ନାହିଁ ।
- ନିଲାମ ସମ୍ବନ୍ଧୀୟ ବିବାଦ
ଯଦି ନିଲାମ ସମ୍ବନ୍ଧୀୟ କୌଣସି ବିବାଦ ଥାଏ ଯେଉଁଠାରେ ହ୍ୟାମର ପଡ଼ିବା ପୂର୍ବରୁ କିମ୍ବା ପରେ କିମ୍ବା ଷ୍ଟଲ୍ ବିକ୍ରୟ ହେବା ପରେ ଉତ୍ପନ୍ନ ହୁଏ, ତେବେ ନିଲାମକାରୀ ବିବାଦର ନିଷ୍ପତ୍ତି ଏପରି ଭାବରେ ନେବେ ଯେପରି ସେ ଉପଯୁକ୍ତ ମନେ କରିବେ । ନିଲାମକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ଏବଂ କୌଣସି ବ୍ୟକ୍ତି ଏହା ଉପରେ କାହା ବିରୁଦ୍ଧରେ କୌଣସି ଦାବି କରିପାରିବେ ନାହିଁ । - ନିଲାମରାଶି ପରିମାଣର ଦେୟ
- ନିଲାମ ହଲରେ ପ୍ଳଟ/ ଷ୍ଟଲ୍ ପାଇଁ ସର୍ବୋଚ୍ଚ ନିଲାମ ଗ୍ରହିତା ଭାବରେ ଘୋଷଣା କରାଯିବା ପରେ ନିଲାମଧାରୀଙ୍କୁ ଅର୍ଥରାଶିର ଦାବୀପତ୍ର ପ୍ରଦାନ କରାଯିବ ଏବଂ ଏଥିରେ ସର୍ବୋଚ ନିଲାମଧାରୀ ସ୍ଵାକ୍ଷର କରିବେ ।
- ନିଲାମରେ ଯୋଗ୍ୟ ବିବେଚିତ ନିଲାମଧାରୀମାନେ ନିଲାମ ସରିବାର ୪୮ ଘଣ୍ଟା ମଧ୍ୟରେ ନିଲାମ ରାଶି ଦାଖଲ କରିବେ, ନଚେତ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପଞ୍ଜୀକରଣ ରାଶି ବାଜ୍ୟାପ୍ତି ହେବା ସହ ପରବର୍ତ୍ତୀ ନିଲାମଧାରୀଙ୍କୁ ସୁଯୋଗ ଦିଆଯିବ ତତ ସହିତ ଯେଉଁ କ୍ଷେତ୍ରରେ ନିଲାମରେ ଅଂଶଗ୍ରହଣ କରୁଥିବା ଆବେଦନକାରୀମାନେ ପ୍ଳଟର ଧାର୍ଯ୍ୟ ମୂଳମୂଲ୍ୟ ଠାରୁ ଦୁଇଗୁଣରୁ ଅଧିକା ମୂଲ୍ୟରେ ନେବାପାଇଁ ଇଚ୍ଛୁକ ସେହି କ୍ଷେତ୍ରରେ ସର୍ବାଧିକ ନିଲାମ ଡ଼ାକିଥିବା ବ୍ୟକ୍ତି ନିଲାମ ଅର୍ଥରାଶିର ୩୦% (ତିରିଶ ପ୍ରତିଶତ) ସେହିଦିନର ଅପରାହ୍ନ ୩:୫୯ ମିନିଟ ଭିତରେ ପ୍ରଦାନ କରିବେ ଏବଂ ବଳକା ଦେୟ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବେ । ଯଦି ଏହା କରିବାରେ ବିଫଳ ହେବେ ତେବେ ଏହି ପ୍ଳଟକୁ ଦ୍ଵିତୀୟ ସର୍ବାଧିକ ନିଲାମଧାରୀଙ୍କୁ ପ୍ରଦାନ କରାଯିବ ଓ ପ୍ଳଟ ପଞ୍ଜୀକରଣ ଅର୍ଥରାଶି ସହ ନିଲାମର ୩୦% ଅଗ୍ରୀମ ଅର୍ଥରାଶି ଏବଂ ଅନ୍ୟାନ୍ୟ ପୈଠ କରାଯାଇଥିବା ଅର୍ଥରାଶି ବାଜ୍ୟାପ୍ତି କରାଯିବ । ସମ୍ପୃକ୍ତ ପଞ୍ଜୀକୃତ ଆବେଦନକାରୀଙ୍କୁ ଭବିଷ୍ୟତରେ ଏପରି ସମସ୍ତ ନିଲାମ ପାଇଁ କଳାତାଲିକାଭୁକ୍ତ କରାଯାଇପାରେ ।
- ନିଲାମଧାରୀଙ୍କୁ ନିଲାମ ରାଶିକୁ ଅନଲାଇନ ମାଧ୍ୟମରେ A/c-22020110124185, IFSC-UCBA0002202, UCO BANK, COLLECTORATE BRANCH, CUTTACK ପୈଠ କରିବାକୁ ହେବ ଏବଂ ଏହାର ଚାଲାଣ କପି ପ୍ରଦାନ କରିବାକୁ ପଡିବ ଏବଂ ଏହାପରେ ତାଙ୍କୁ ବାରବାଟୀ ପ୍ୟାଲେସ ଠାରେ ଚୂଡ଼ାନ୍ତ ଆବଣ୍ଟନ ପତ୍ର ପ୍ରଦାନ କରାଯିବ ।
- ନିଲାମ ପାଇପାରିନଥିବା ବ୍ୟକ୍ତି/ ବ୍ୟବସାୟୀ/ ଅନୁଷ୍ଠାନ ନିଲାମ ନ ହୋଇପାରିଥିବା ପ୍ଲଟ ଗୁଡିକର ସ୍ୱତନ୍ତ୍ର ନିଲାମରେ ଭାଗ ନେଇପାରିବେ କିମ୍ବା ନିଜ ଜମାରାଶି ଫେରସ୍ତ ନେଇପାରିବେ । ସ୍ୱତନ୍ତ୍ର ନିଲାମରେ ପ୍ଲଟ ପାଇଥିବା ଆବେଦନକାରୀ ଯଦି ୨୪ ଘଣ୍ଟା ମଧ୍ୟରେ ନିଲାମର ରାଶିକୁ ପୈଠ ନକରନ୍ତି ତାହାହେଲେ ତାଙ୍କ ଦ୍ୱାରା ଜମା କରାଯାଇଥିବା ପଞ୍ଜୀକରଣ ରାଶି (Registration Amount) ଜବତ କରାଯିବ ଏବଂ ଏହି ରାଶି ତାଙ୍କୁ ଫେରସ୍ତ କରାଯିବ ନାହିଁ । ଏଠାରେ ପୁନର୍ବାର ସୁଚାଇ ଦିଆଯାଉଅଛି କି ଯେଉଁ Bank Account ରୁ ଉକ୍ତ ପଞ୍ଜୀକରଣ ନିମନ୍ତେ ପଞ୍ଜୀକରଣରାଶି ପଇଠ ହୋଇଥିବ, ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ଅନଲାଇନ ମାଧ୍ୟମରେ ଫେରସ୍ତ କରାଯିବ ।
- ଯଦି କୌଣସି ଷ୍ଟଲ୍ ପାଇଁ କେବଳ ଜଣେ ମାତ୍ର ବିଡର୍ ବା ଆବେଦନକାରି ଥାଆନ୍ତି, ତେବେ ଉକ୍ତ ବିଡର୍ ବା ଆବେଦନକାରିଙ୍କ ପାଇଁ ସେହି ଷ୍ଟଲ୍ ଗ୍ରହଣ କରିବା ବାଧ୍ୟତାମୂଳକ ହେବ । ଉକ୍ତ ବିଡର୍ ବା ଆବେଦନକାରି ସେହି ଷ୍ଟଲ୍ ଗ୍ରହଣ କରିବାକୁ ଅସ୍ୱୀକାର କଲେ, ତାଙ୍କ ଦ୍ୱାରା ଜମା କରାଯାଇଥିବା ପଞ୍ଜୀକରଣ ରାଶି (Registration Amount) ଜବତ କରାଯିବ ଏବଂ ଏହି ରାଶି ତାଙ୍କୁ ଫେରସ୍ତ କରାଯିବ ନାହିଁ ।
- ଚୂଡ଼ାନ୍ତ ଆବଣ୍ଟନ ପତ୍ର ପ୍ରଦାନ କରାଯିବା ପରେ ନିଲାମଧାରୀଙ୍କୁ ପ୍ଲଟ ସୀମା ନିର୍ଣ୍ଣୟକରି ହସ୍ତାନ୍ତର କରାଯିବ ।
- ବିଭିନ୍ନ କାରଣ ପାଇଁ ସମ୍ପତ୍ତି ପୁନଃନିଲାମ ହୋଇପାରେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ନିଷ୍ପତ୍ତି ନିଆଯିବ ।
- ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ, କଟକ କୌଣସି କାରଣ ନ ଦର୍ଶାଇ ଯେ କୌଣସି ଆବଣ୍ଟନକୁ ରଦ୍ଧ ବା ଆଂଶିକ ପରିବର୍ତ୍ତନ କରିବା ନିମନ୍ତେ ଅଧିକୃତ ଅଟନ୍ତି ଏବଂ ତାଙ୍କ ନିଷ୍ପତି ଚୂଡ଼ାନ୍ତ ମାନ୍ୟ ହେବ ।
- ନିଲାମକାରୀ ଆବଶ୍ୟକତା ଅନୁଯାୟୀ ଏହି ସର୍ତ୍ତାବଳୀ ପରିବର୍ତ୍ତନ କରିପାରିବେ । ନିଲାମକାରୀ ନିଲାମ ପୂର୍ବରୁ କିମ୍ବା ନିଲାମ ସମୟରେ ଘୋଷଣା ଦ୍ୱାରା ଏହି ସର୍ତ୍ତାବଳୀ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି ।
- ନିଲାମରେ ଅଂଶଗ୍ରହଣ କରୁଥିବା ଆବେଦନକାରୀ କିମ୍ବା ତାଙ୍କ କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କ ଆଇନଗତ ବୟସ ଅତି କମରେ 18 ବର୍ଷ ହେବା ଆବଶ୍ୟକ ।
- ପ୍ରଶାସନ ତରଫରୁ ଗଠନ କରାଯାଇଥିବା ଯାଞ୍ଚ କମିଟି ପାଖରେ ନିଲାମଧାରୀ ଯାଞ୍ଚ ପାଇଁ ଆବଶ୍ୟକ କାଗଜ ପତ୍ର ସହ ସର୍ବଦା ପ୍ରସ୍ତୁତ ହୋଇ ରହିବେ ।
- ନିଲାମ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଥିବା ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ ସକାଳ ୧୦:୦୦ ଘଟିକାରେ ନିଲାମ ଆରମ୍ଭ ହେବ ଏବଂ ସୂଚୀ ଅନୁଯାୟୀ ଚାଲିବ ।
- ଯଦି କୌଣସି ପଞ୍ଜୀକୃତ ଅଂଶଗ୍ରହଣକାରୀ ନିଲାମରେ ଯୋଗଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କର ପଞ୍ଜୀକରଣ ରାଶି ବାଜ୍ୟାପ୍ତି ହେବ ଏବଂ ଏଥି ନିମନ୍ତେ କୌଣସି ଦାବୀ ପ୍ରଶାସନ ଦ୍ଵାରା ଗ୍ରହଣ କରାଯିବ ନାହିଁ ।
- ନିଲାମରେ ପ୍ରତିନିଧି
ମୁଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ଉପରୋକ୍ତ ସମସ୍ତ ନିଲାମର ନିୟମ ଏବଂ ସର୍ତ୍ତାବଳୀ ସହିତ ରାଜି ଅଛି । ମୁଁ ଏହିସବୁ ନିୟମକୁ ମାନି ନିଲମରେ ଅଂଶ ଗ୍ରହଣ କରିବି । ଯଦି ନିୟମର ଉଲଂଘନ କରେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବି ।
